ଓଡ଼ିଆ ନ୍ୟୁଜ୍: ୨୦ରେ ଭୁବନେଶ୍ବର, କଟକ ମହାନଗରରେ ସ୍କୁଲ୍ ଛୁଟି।ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍ ଛୁଟି ରଖିବାକୁ ନିର୍ଦ୍ଦେଶ।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ।ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ବିଭାଗର ନିଷ୍ପତ୍ତି। ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ତାରିଖରେ ଟ୍ବିନ୍ସିଟିରେ ସ୍କୁଲ ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ ମହାନଗରରେ ସମସ୍ତ ସ୍କୁଲ ଛୁଟି ରହିବ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ । ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ବିଭାଗ ନିଷ୍ପତ୍ତି ନେଇଛି ।
ଆଉ ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦୀ । ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କରିବେ ରୋଡ୍ ସୋ’ । ଏଥିପାଇଁ ମଙ୍ଗଳବାର ଏସ୍ପିଜି ପ୍ରଧାନମନ୍ତ୍ରୀ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।