ଓଡ଼ିଆ ନ୍ୟୁଜ୍:ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କଡ଼ା କାଉଣ୍ଟର।ବିଜେଡି ଅଛି ଓ ଶହେ ବର୍ଷ ରହିବ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଓ ରହିବ। ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିବ।ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ।ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ- ନବୀନ।ବିଜୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା କରିବ ବିଜେଡି ପ୍ରତିଷ୍ଠା ଦିବସରେ ଶାସକ ଦଳକୁ କଡ଼ା ସମାଲୋଚନା କଲେ ନବୀନ। ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର, ବିକାଶ କାଇଁ। ୧୮ ମାସରେ ରାଜ୍ୟରେ ସରକାର ଥିବା ଭଳି ଅନୁଭବ ହେଉନି।ସାର ପାଉନି ଚାଷୀ, ରାଜ୍ୟରେ ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ହଇରାଣ, ଯୁବ ସମାଜ ହତାଶ।ଆଇନ୍ଶୃଙ୍ଖଳା କଥା ନ କହିବା ଭଲ, ମହିଳା ଅତ୍ୟାଚାର ବଢ଼ିଚାଲିଛି।ଏପରିକି ନାବାଳିକାମାନେ ଆଦୌ ସୁରକ୍ଷିତ ନୁହନ୍ତି- ନବୀନ।
ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲ୍ଡେନ୍ ପିରିୟଡ୍ । ଓଡ଼ିଶାକୁ ନୂଆ ପରିଚୟ ଆମେ ଦେଇଛୁ । ମାଆମାନଙ୍କୁ ଆମେ ସ୍ୱାବଲମ୍ବୀ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ। ବିଏସକେୱାଇ ଭଳି ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢିଙ୍କୁ ରୋଜଗାର ଦେଇଛୁ ।
ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚାଲିଛି । ହେଲେ ବିକାଶ କାଇଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ୍ ପଟ୍ଟନାୟକ । ଚାଷୀ ଲାଭ ପାଉନି, ମଣ୍ଡି ଠିକ୍ ସମୟରେ ଖୋଲୁନି । ମାଆମାନେ ହଇରାଣ ହେଉଛନ୍ତି। ୧୮ ମାସର ଡବଲ ଇଞ୍ଜିନ୍ ସରକାରରେ କିନ୍ତୁ ବିକାଶ ନାହିଁ। ଆଇନ ଶୃଙ୍ଖଳା କଥା ନକହିବା ଭଲ । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ନାବାଳିକା ବି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି । ଓଡ଼ିଶାାରେ ସରକାର ଥିବା ଭଳି ଲାଗୁନି। କିଛି ଲୋକ ଆମ ବିଷୟରେ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି। ମୁଁ ନିଶ୍ଚିତ କରୁଛି ଯେ ବିଜୁ ଜନତା ଦଳ ରହିଛି ଏବଂ ଆଗାମୀ ୧୦୦ ବର୍ଷ ଯାଏଁ ଲୋକଙ୍କ ସହ ରହିବ ।