ଓଡ଼ିଆ ନ୍ୟୁଜ୍: ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସାଂସଦ ମୁନ୍ନା ଖାଁ। ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ।ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ। ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର।କିନ୍ତୁ ଆମ ନେତା ନବୀନ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢ଼େଇଲେ।ମୁଁ ନବୀନଙ୍କୁ କହିସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ।
ଇଏ ଦୁଇମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁନୁ, ମୁଁ କହିସାରିଛି- ମୁନ୍ନା।ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ। କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବା