ଓଡ଼ିଆ ନ୍ୟୁଜ୍: ଚାଷୀ ସମସ୍ୟାକୁ ନେଇ ବିଜେଡିର ହାଲ୍ଲାବୋଲ୍। ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲା ଦଳ। ହେଲେ ଏହାକୁ କଡ଼ା ଭାଷାରେ କାଉଣ୍ଟର କରିଛି ବିଜେଡ଼ି। ଇତିହାସ କଥା ଦୋହରାଇ ପୂର୍ବ ସରକାରଙ୍କୁ ଜୋରଦାର ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ। କହିଛନ୍ତି,ନବୀନ ବାବୁ ଗତ ୨୪ ବର୍ଷ ଧରି ଓଡ଼ିଶା ଇତିହାସରେ ଲମ୍ବା ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ରେ ଥିଲେ। ସେ ସମୟରେ ଯଦି ଚାଷୀଙ୍କ ପାଇଁ ଯଦି କିଛି କରିଥାନ୍ତେ,ତେବେ ବିରୋଧି ଦଳ ଆସନରେ ବସିବାକୁ ପଡ଼ି ନଥାନ୍ତା।ବିଜେପି ସରକାର ବଡ଼ ବଡ଼ କଥା କହୁଛି: ନବୀନ।କେବଳ କଥା କହୁଛନ୍ତି, କିଛି କାମ କରୁନାହାନ୍ତି।
ବିରୋଧୀ ହିସାବରେ କହିଲେ, ସକରାତ୍ମକ ବିରୋଧୀ ଦଳ ଭୂମିକା ନିଭାଇବୁ। ତେବେ ବିଧାନସଭାରେ ଚର୍ଚ୍ଚା ଆଲୋଚନାକୁ ଡରୁଛନ୍ତି କାହିଁକି ? ବିଜେପି ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ।ପବିତ୍ର ଗୃହର ଗାରିମା ନଷ୍ଟ କରୁଛନ୍ତି ବିଜେଡ଼ି ବିଧାୟକ। ଚାଷୀଙ୍କ କଥା ବିଜେଡ଼ି କହିବା ହାସ୍ୟାସ୍ପଦ। ୨୦୨୩-୨୪ ବର୍ଷରେ ଚାଷୀଙ୍କ ଠୁ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ଥିଲା ବିଜେଡ଼ି ସରକାର। ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ୯୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଥିଲେ। ପ୍ରତିଶ୍ରୁତି ମୁତାବକ ଧାନ MSP ମଧ୍ୟ ବଢ଼ାଗଲା ।