୧୮ ରେ ଜାଗା ମିଶନ ପଟ୍ଟା ବାଣ୍ଚିବେ ନବୀନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୮ରେ ଜାଗା ମିଶନରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଚ୍ଚା ବାଣ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ ଜମିପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍‌ସି ଅଞ୍ଚଳରେ ଜମିପଟ୍ଟା ବଣ୍ଟନ କରାଯିବାକୁ ଥିବାବେଳେ ଅନ୍ୟ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟା ବାଣ୍ଟିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଏମ୍‌‌ସି ଅଞ୍ଚଳରେ ୫୨ ହଜାର ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ୫ ହଜାର ପଟ୍ଟା ବଣ୍ଟନ କରିବାକୁ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ବିଏମ୍‌‌ସିର ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ଚୟନ ତାଲିକା ଚୂଡ଼ାନ୍ତ ହୋଇଛି। ବାକି ବସ୍ତିବାସିନ୍ଦାଙ୍କ ଜମି ଜଙ୍ଗଲ ଓ ସଂରକ୍ଷିତ ଶ୍ରେଣୀରେ ଥିବାରୁ ସମ୍ପୃକ୍ତ ବିଭାଗର ଅନୁମୋଦନ ପରେ ହିଁ ହିତାଧିକାରୀଙ୍କ ପଟ୍ଟା ପ୍ରସ୍ତୁତ କରିବାକୁ ବିଏମ୍‌‌ସି ଲକ୍ଷ୍ୟ ରଖିଛି। ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିବା ପାଇଁ ଗତବର୍ଷ ରାଜ୍ୟ ସରକାର ଆରମ୍ଭ କରିଥିଲେ ଉଷା ସର୍ଭେ । ସର୍ଭେ ସମ୍ପୂର୍ଣ୍ଣ ହେବା ସହିତ ୫ଟି ମହାନଗର ନିଗମ ଅଞ୍ଚଳରେ ହିତାଧିକାରୀ ଚୟନ ଚୂଡ଼ାନ୍ତ ହୋଇଛି। ଏହି ହିତାଧିକାରୀଙ୍କ ମଧ୍ୟରେ ୧ ନମ୍ବର ୱାର୍ଡରେ ୧୪୦୦ରୁ ଅଧିକ ବସ୍ତି ବାସିନ୍ଦାଙ୍କ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ଯୋଜନା ଅଧୀନରେ ଜମି ଅଧିକାର ପାଇବା ପାଇଁ ଚୟନ ହୋଇଛନ୍ତି ୧୨୦୦ ଭୂମିହୀନ ବସ୍ତି ବାସିନ୍ଦା ।

Leave A Reply

Your email address will not be published.