ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଲିତ ବଷର୍ର ପରୀକ୍ଷା ୬-୮ ସପ୍ତାହ ଘୁଞ୍ଚାଇ ଦିଆଯାଇଛି ।୨୦୨୨ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ଆୟୋଜିତ ହୋଇଥାନ୍ତା । ପରୀକ୍ଷା ସ୍ଥଗିତ ରଖିବାପାଇଁ ଛାତ୍ରଛାତ୍ରୀ ମାନେ ଦୀର୍ଘ ସମୟ ଧରି ଦାବି କରୁଥିଲେ ।
ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ଗତ ବର୍ଷ ଅର୍ଥାତ ୨୦୨୧ ନିଟ୍ ପିଜି ପରୀକ୍ଷା ତାରିଖ ଏହି ବର୍ଷ ପରୀକ୍ଷା ତାରିଖ ସହିତ ରହୁଛି । ଏଭଳି ପରିସ୍ଥିତିରେ ଆଗାମୀ ପରୀକ୍ଷା ସ୍ଥଗିତ ରଖାଯିବା ଉଚିତ୍ । ଛାତ୍ରଛାତ୍ରୀ ମାନେ ସୋଶିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭାଗକୁ ନିବେଦନ କରିଥିଲେ ଶୀଘ୍ର ନିଷ୍ପତ୍ତି ନେବାପାଇଁ । ଏଥିପାଇଁ ଛାତ୍ର ଛାତ୍ରୀ ମାନେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ ଯେଉଁଥିରେ କୋର୍ଟ ମଧ୍ୟ ବିଚାର ପାଇଁ ଅନୁମୋଦନ କରିଥିଲା ।