ପରିବାରବାଦ ଓ ଦୁର୍ନୀତି ଦେଶକୁ ଧୀରେ ଧୀରେ ଖୋଳ କରୁଛି: ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଲାଲକିଲ୍ଲାରେ ଫର୍ ଫର୍ ହୋଇ ଉଡ଼ିଲା ତ୍ରିରଙ୍ଗା। ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରି ବିରୋଧୀଙ୍କ ଉପରେ ପ୍ରହାର କରିଛନ୍ତି। ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି। ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଉଇ ଭଳି ଦେଶକୁ ଫମ୍ପା କରିବାରେ ଲାଗିଛନ୍ତି।

ପରିବାରବାଦ ପ୍ରସଙ୍ଗ ଉପରେ ପରୋକ୍ଷରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି। ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ମୋଦି କହିଛନ୍ତି।

Leave A Reply

Your email address will not be published.