ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଆଜି ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ l ବିଭାଗ ତରଫରୁ ଟୁଇଟ କରାଯାଇଛି ଯେ ସମ୍ପୃକ୍ତ ସମସ୍ତ ଆକ୍ରାନ୍ତ ଙ୍କ ଘର ଯାଜପୁର ଜିଲ୍ଲା ରେ ଏବଂ ସମସ୍ତ ଆକ୍ରାନ୍ତ କୋଲକାତା ରୁ ଫେରିଥିବା ଜଣାପଡିଛି l ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ପୁରୁଷ ଥିବା ବେଳେ ଦୁଇଜଣ ମହିଳା ଅଛନ୍ତି l ପୁରୁଷ ଆକ୍ରାନ୍ତ ଙ୍କ ବୟସ 28,56,63 ଥିବା ବେଳେ ମହିଳା ମାନଙ୍କ ବୟସ 24,60 ବୋଲି ସୂଚନା ଦିଆଯାଇଛି l ଉକ୍ତ 5 କରୋନା ଆକ୍ରାନ୍ତ ଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 45 କୁ ବୃଦ୍ଧି ପାଇଛି l ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ 44 ଜଣ ଆକ୍ରାନ୍ତ ଚିକିସତ୍ିତ ହେଉଛନ୍ତି l ଏପଟେ ଉକ୍ତ 5 ଜଣ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 154 କୁ ବୃଦ୍ଧି ଘଟିଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 55 ରହିଛି l ସେହିପରି 98 ସକ୍ରିୟ ଆକ୍ରାନ୍ତ ଚିକିସତ୍ିତ ହେଉଥିବା ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥିଲେ l
First Health Update, 2nd May
5 New Positives in Jajpur28 yr Male, 56 yr Male, 63 yr Male
24 yr Female & 60 yr Female
(Both contacts of positive case)(All Kolkata returnees. All asymptomatic. All in quarantine)
Contact tracing & followup action is being done.
Tota case: 154
— I & PR Department, Odisha (@IPR_Odisha) May 2, 2020