କଟକଣା ମଧ୍ୟରେ ଖୋଲିଲା ବିଶ୍ୱର ସର୍ବବୃହତ୍ ମଲ୍ ‘ଦୁବାଇ ମଲ୍,

0

ମହାମାରୀ କରୋନା ଭାଇରସ୍ ସାରା ବିଶ୍ୱର ସ୍ଥିତି କୁ ପରିବର୍ତ୍ତନ କରିଦେଇଛି l ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ବିଶ୍ୱର ଦେଶ ଗୁଡ଼ିକ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ଏହାରି ଭିତରେ ସଂଯୁକ୍ତ ଆରବ୍ ଏମିରେଟ ତାହାର କରୋନା ଜନିତ କଟକଣା କୁ କୋହଳ କରିଛି l ସଂଯୁକ୍ତ ଆରବ୍ ଏମିରେଟ ରେ ଥିବା ସର୍ବବୃହତ୍ ମଲ୍ କୁ ଖୋଲାଯାଇଛି l ଦିର୍ଘ ମାସେ କାଳ ବନ୍ଦ ଥିବା ଦୁବାଇ ମଲ୍ ଏ ସପ୍ତାହରେ ପୁଣି ଖୋଲିଛି l ଲୋକମାନଙ୍କ ସୁବିଧା ପାଇଁ ଖୋଲାଯାଇଥିବା ମଲ୍ ରେ କିନ୍ତୁ କରୋନା ଜନିତ କଟକଣା ଜାରି କରାଯାଇଛି l ସେଗୁଡ଼ିକ ହେଉଛି ଏହି ଦୁବାଇ ମଲ୍ ରେ କୌଣସି ବ୍ୟକ୍ତି 3 ଘଣ୍ଟାରୁ ଅଧିକ ସମୟ ଧରି ରହି ପାରିବ ନାହିଁ l ସମସ୍ତ ଗ୍ରାହକଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l ଶ୍ଵାସ ପ୍ରଶ୍ଵାସ ରୋଗ ଥିବା ବ୍ୟକ୍ତି ଙ୍କୁ ମଲ୍ ମଧ୍ୟକୁ ବାରଣ କରାଯାଇଅଛି l ସେହିପରି 3 ରୁ 12 ବର୍ଷ ର ପିଲାଙ୍କୁ ସହ 60 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ମଲ୍ ମଧ୍ୟକୁ ପ୍ରବେଶ ଲାଗି ଅନୁମତି ଦିଆଯାଉନାହିଁ l ମଲ୍ ର କର୍ମଚାରୀ ମାନେ ପ୍ରବେଶ ପଥରେ ଗ୍ରାହକ ଙ୍କ ଉତ୍ତାପ ମାପି ସାରିବା ପରେ ମଲ ମଧ୍ୟକୁ ପ୍ରବେଶ କରାଉଛନ୍ତି l ତତ୍ ସହିତ ମଲ୍ ମଧ୍ୟକୁ ପ୍ରବେଶ କରୁଥିବା ଗ୍ରାହକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମଲ୍ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l

Leave A Reply

Your email address will not be published.