ଦେଶରେ 37 ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 37 ହଜାର ଅତିକ୍ରମ କରିଛି l ଅର୍ଥାତ୍ ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 37336 ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1228 କୁ ବୃଦ୍ଧି ପାଇଛି l ସେପଟେ ସ୍ୱାସ୍ଥ୍ୟ ଙ୍କ ସଂଖ୍ଯା ମଧ୍ୟ ବୃଦ୍ଧି ପାଇ 9950 ରେ ପହଁଞ୍ଚିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାୟୀ ଦେଶରେ ମହାରାଷ୍ଟ୍ର ରାଜ୍ୟ ରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 11506 କୁ ବୃଦ୍ଧି ଘଟିଛି l ସେହିପରି ମୃତକଙ୍କ ସଂଖ୍ୟା 485 ରେ ପହଁଞ୍ଚିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 1889 କୁ ବୃଦ୍ଧି ପାଇଛି l ସେହିପରି ଗୁଜୁରାଟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 4721 ଥିବା ବେଳେ ମୃତକଙ୍କ ସଂଖ୍ଯା 236 ରହିଛି l ସୁସ୍ଥ ଙ୍କ ସଂଖ୍ୟା 735 ରହିଛି l ରାଜଧାନୀ ଦିଲ୍ଲୀରେ 3738 କରୋନା ଆକ୍ରାନ୍ତ ଥିବା ବେଳେ 61 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ସୁସ୍ଥ ଙ୍କ ସଂଖ୍ୟା 1167 ରହିଛି l ମଧ୍ୟ ପ୍ରଦେଶ ରାଜ୍ୟରେ 2719 ଜଣ ଆକ୍ରାନ୍ତ ଥିବା ବେଳେ ମୃତକଙ୍କ ସଂଖ୍ଯା 145 ଜଣ ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 524 ରହିଛି l

Leave A Reply

Your email address will not be published.