ରାଜ୍ୟରେ 55କୁ ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା

0

ରାଜ୍ୟବାସୀ ଙ୍କ ପାଇଁ ଖୁସିର ଖବର l ରାଜ୍ୟରେ ଚିକିତ୍ସିତ ହେଉଥିବା କରୋନା ସୁସ୍ଥ ଙ୍କ ସଂଖ୍ୟା 55 କୁ ବୃଦ୍ଧି ପାଇଛି l ଆଜି ଏକ କାଳୀନ 14 କରୋନା ଆକ୍ରାନ୍ତ ସୁସ୍ଥ ହେବା କୋଟି କୋଟି ଓଡିଶାବାସୀ ଙ୍କ ମନ ଭିତରେ ଆଶ୍ୱସ୍ତି ଭରି ଦେଇଛି l ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ର ସୂଚନା ମୁତାବକ ଆଜି ଆଉ 14 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ଏହି 14 କରୋନା ସୁସ୍ଥ ଙ୍କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ଙ୍କ ସଂଖ୍ୟା 55 କୁ ବୃଦ୍ଧି ପାଇଛି l ଭଦ୍ରକ ଜିଲ୍ଲାରୁ 7 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ଵର ରୁ 3 ଏବଂ ବାଲେଶ୍ଵର ରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି l ଆଉ ଜଣେ କରୋନା ଆକ୍ରାନ୍ତ କେନ୍ଦ୍ରାପଡା ରୁ ସୁସ୍ଥ ହୋଇଛନ୍ତି l ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 148 କୁ ବୃଦ୍ଧି ଘଟିଥିବା ବେଳେ 55 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଜଣ ଙ୍କର ମୃତ୍ୟୁ ଘଟିଛି l ଅବଶିଷ୍ଟ 92 ଜଣ ସକ୍ରୀୟ କରୋନା ସଂକ୍ରମିତ ଚିକିସତ୍ିତ ଅଛନ୍ତି l

Leave A Reply

Your email address will not be published.