ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ହାଣ୍ଡିଶାଳରେ ପୁଣି ପଡ଼ିଲା ଚଡ଼କ । ଗୋଟେପଟେ ଘରୋଇ ଅତ୍ୟାବଶ୍ୟକୀୟ ସ।ମଗ୍ରୀ ଓ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏପଟେ ଆଜିଠୁ ବଢିଛି ନୂଆ ଗ୍ୟାସ୍ ସଂଯୋଗ ଦର । ଏହି କ୍ରମରେ ଏଣିକି ନୂଆ ଗ୍ୟାସ ଆଣିଲେ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ଖାଲି ଏତିକି ନୁହେଁ ଡବଲ ସିଲିଣ୍ଡର, ରେଗୁଲେଟର ଏବଂ ପାଞ୍ଚ କେଜି ସିଲିଣ୍ଡର ପାଇଁ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ନୂଆ ଦର ଅନୁଯାୟୀ, ଗ୍ରାହକ ମାନଙ୍କୁ ୧୪ କେଜି ଘରୋଇ ସିଲିଣ୍ଡରର ନୂଆ ସଂଯୋଗ ପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଯାଏଁ ଏଥିପାଇଁ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । ଏହାସହ ଗ୍ରାହକଙ୍କୁ ଡବଲ ସିଲିଣ୍ଡର ପାଇଁ ୨୯୦୦ ଟଙ୍କା ବଦଳରେ ଏଣିକି ୪୪୦୦ ଟଙ୍କା ଦେବାକୁ ପଡିବ । ଏହାବାଦ୍ ରେଗୁଲେଟର ପାଇଁ ମଧ୍ୟ ଗ୍ରାହକଙ୍କୁ ଆଜିଠାରୁ ୨୫୦ ଟଙ୍କା ଦେବାକୁ ପଡିବ। ଏନେଇ ରାଷ୍ଟ୍ରୀୟ ତୈଳ ବିତରକ କମ୍ପାନୀଗୁଡିକ ଗୁରୁବାରଠାରୁ ଘରୋଇ ଗ୍ୟାସ ସଂଯୋଗ ଦରବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଘରୋଇ ଏଲପିଜି ସଂଯୋଗ ବ୍ୟବସ୍ଥା ଅଧିନରେ କମ୍ପାନୀଗୁଡିକ ୧୪.୨ କେଜିର ଏଲପିଜି ସିଲିଣ୍ଡରର ସିକ୍ୟୁରିଟି ଜମା ରାଶିରେ ୭୫୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଏକ ନୂତନ ରନ୍ଧନ ଗ୍ୟାସ୍ ସଂଯୋଗ ପାଇବା ପାଇଁ ପୂର୍ବରୁ ୧୪୫୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ଖାଉଟିଙ୍କୁ ଏଥିପାଇଁ୨,୨୦୦ ଟଙ୍କା ଦେବାକୁ ପଡିବ । ଏହାସହ ସିକ୍ୟୁରିଟି ଡିପୋଜିଟ ଭାବେ ୭୫୦ ଟଙ୍କା ଜମା କରିବାକୁ ପଡିବ । ରେଗୁଲେଟର ପାଇଁ ପୂର୍ବରୁ ୧୫୦ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ଏଣିକି ଏଥିପାଇଁ ଗ୍ରାହକଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ । ବର୍ଦ୍ଧିତ ଦର ଅନୁସାରେ ୧୪ କେଜିର ଗୋଟିଏ ସିଲିଣ୍ଡର ପାଇବାକୁ ପୂର୍ବରୁ ୧୪୫୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ୨୨୦୦ ଟଙ୍କା ଦେବାକୁ ପଡିବ । ଡବଲ ସିଲଇଣ୍ଡର ପାଇଁ ପୂର୍ବରୁ ୨୯୦୦ ଟଙ୍କା ଦେବାକୁ ପଡୁଥିବାବେଳେ ଆଜିଠାରୁ ୪୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଖାଲି ଏତିକି ନୁହେଁ ଏତିକି ନୁହେଁ ପାସ୍ବୁକ୍ ପାଇଁ ୨୫ ଟଙ୍କା ଓ ଗ୍ୟାସ୍ ପାଇପ୍ ପାଇଁ ଅଲଗା ୧୫୦ ଟଙ୍କା ଦେବାକୁ ପଡିବ । ଗୋଟେପଟେ ଘରୋଇ ଏଲପିଜି ୧୦୦୦ ଟଙ୍କାକୁ ଟପିଥିବାବେଳେ ନୂଆ ଗ୍ୟାସ କନେକ୍ସନର ବର୍ଦ୍ଧିତ ଦରକୁ ନେଇ ଏବେ କାଉଟି ଚିନ୍ତାରେ ।