ଓଡ଼ିଆ ନ୍ୟୁଜ୍: ବଦଳିଲା କଲେଣ୍ଡେର। ପୁରୁଣା ବର୍ଷକୁ ବିଦାୟ ଦେଇ ଆଜିଠୁ ଆରମ୍ଭ ହେଲା ନୂଆ ବର୍ଷ। ୩୬୫ ଦିନ ରହିବା ପରେ କାନ୍ଥରୁ ହଟିଯାଇଛି ୨୦୨୫ର କ୍ୟାଲେଣ୍ଡର । ଡିସେମ୍ୱର ଶୀତୁଆ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ କରି ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱୂବାସୀ । ପୁରୁଣା ବର୍ଷର ଦୁଃଖକୁ ଭୁଲି ନୂଆବର୍ଷ କେମିତି ଭଲରେ କଟିବ ସେନେଇ ସଂକଳ୍ପ ନେଇଛନ୍ତି ସମସ୍ତେ । ଆଉ ଆରମ୍ଭ ହୋଇଛି ନୂଆ ବର୍ଷର ନୂଆ ଦିନ ।ଜିରୋ ନାଇଟ୍ ସେଲିବ୍ରେସନରେ କମ୍ପିଲା ଗାଁରୁ ସହର । ବିଭିନ୍ନ ହୋଟେଲ ଓ ପବରେ ଜମିଥିଲା ଭିଡ଼ । ରାତି ୧୨ଟାରେ ପରସ୍ପରକୁ ନବ ବର୍ଷର ଶୁଭେଛା ଜଣାଇଛନ୍ତି । ଗତ ବର୍ଷର କଷ୍ଟକୁ ଭୁଲି ନୂଆବର୍ଷ ଯେପରି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେବ, ସେନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହ HAPPY NEW YEAR କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।୨୦୨୬ ଅନେକଙ୍କ ମନରେ ନୂତନ ଆଶା ଭରିଦେଇଛି । ୨୦୨୫ କାହା ପାଇଁ ଖୁସି, କାହା ପାଇଁ ଦୁଃଖ, କାହା ପାଇଁ ସଫଳତା ତ’ କାହା ପାଇଁ ବିଫଳତାରେ ବିତିଛି । ୨୦୨୫ରେ ଘଟିଥିବା ସୁନ୍ଦର ସ୍ମୃତିକୁ ଧରି ଜୀବନ ବିତାଇବାକୁ ଚାହୁଁଛି ତ’ ଆଉ କିଏ ବିତି ଯାଇଥିବା ଦୁଃଖର ମୁହୁର୍ତ୍ତକୁ ମନରୁ ହଟାଇବାକୁ ଆଗକୁ ପାଦ ଦେବାକୁ ଚାହୁଁଛି।