ଓଡ଼ିଆ ନ୍ୟୁଜ୍: ଜେଲ୍ ଗଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଜାମିନ୍ ଆବେଦନ ଖାରଜ ପରେ ଚୌଦ୍ବାର ଜେଲ୍ ଗଲେ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ନିହାର ରଞ୍ଜନ। OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ପରେ ଜେଲ୍ ଗଲେ। ନିହାରଙ୍କ ଲ୍ୟାପଟପରୁ ପ୍ରଶ୍ନପତ୍ର ଚୋରି ହୋଇଥିଲା । ଆଉ ଏହି ଚୋରି କରିଥିଲେ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରଣା । ଖବର ଅନୁସାରେ, ନିହାରଙ୍କୁ ଶହେ ଥର ଫୋନ କରିଥିଲେ ଜୀତନ ।
ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଏଥିସହ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଡାକ୍ତରୀ ମାଇନା ପରେ, ରବିବାର ଛୁଟିଦିନରେ ବୋର୍ଡ ଉପସଭାପତିଙ୍କୁ ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଛି । ତାଙ୍କ ଲାପଟପ୍କୁ ପ୍ରଶ୍ନପତ୍ର କେମିତି ଆସିଲା ଓ ଚୋରି ହେଲା? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଉଦ୍ୟମ ଚଳାଇଛି ତଦନ୍ତକାରୀ ସଂସ୍ଥା।