ନିର୍ମଳାଙ୍କ ଆର୍ଥିକ ପ୍ୟାକେଜ୍: ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କୁ ସରକାରଙ୍କ ଗୁରୁତ୍ୱ

0

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ ଓ ଗହମ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ସୋମବାର କରାଯାଇଥିବା ଘୋଷଣାରେ ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୫ ଲକ୍ଷ ମାଗଣା ଭିସା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପଞ୍ଜୀକୃତ ହୋଇଥିବା ୧୧ ହଜାର ଟୁରିଷ୍ଟ ଗାଇଡଙ୍କୁ ଆର୍ଥିକ ସହାୟତା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମେ ମାସରୁ ମାଗଣା ରାସନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଲକଡାଉନରେ ୯୫ ହଜାର କୋଟିର ମାଗଣା ରାସନ ପ୍ରଦାନ କରାଯାଇଥିବା ବେଳେ ଚଳିତ ନଭେମ୍ବର(ଦୀପାବଳି) ପର୍ଯ୍ୟନ୍ତ ଦିଅଯିବାକୁ ଥିବା ମାଗଣା ରାସନ ପାଇଁ କେନ୍ଦ୍ର ସରକାର ୨୨୭୮୪୧ କୋଟି ଟଙ୍କା ବ୍ୟୟର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.