ଡେଲରଟା ପ୍ଲସ ଭାରିଏଣ୍ଟ ବ୍ୟକ୍ତିର ଫୁସଫୁସ ପାଇଁ ସବୁଠୁ ମାରାତ୍ମକ

0

କରୋନା ଭାଇରସର ଡେଲଟା ପ୍ଲସ ଭାରିଏଣ୍ଟ ଶରୀର ଉପରେ ଖବୁ ଖରାପ ପ୍ରଭାବ ପକାଉଛି । ରିସର୍ଚ୍ଚରୁ ସୂଚନା ମିଳିଛି ଯେ, ଏହି ଭାରିଏଣ୍ଟ ବିଶେଷ କରି ଫୁସଫୁସକୁ ପ୍ରଭାବିତ କରୁଛି । ଟୀକାକରଣରେ ରାଷ୍ଟ୍ରୀୟ କାର୍ଯ୍ୟ ସମୂହ କୋଭିଡ ୧୯ର ପ୍ରମୁଖ ଡା. ଏନ.କେ ଅରୋଡା ଏହି ସୂଚନା ଦେଇଛନ୍ତି ।

ଦେଶରେ କରୋନାର ଡେଲଟା ପ୍ଲସ ଭାରିଏଣ୍ଟ ୧୧ ଜୁନରେ ଚିହ୍ନଟ ହୋଇଥିଲା । ଧିରେ ଧିରେ ଏହାର ପ୍ରଭାବ ଏବେ ସମସ୍ତଙ୍କୁ ଚିନ୍ତାଜନକ କରିପକାଇଛି । ଦେଶରେ ୧୨ଟି ରାଜ୍ୟରେ ମୋଟ ୫୧ ମାମଲା ସାମ୍ନାକୁ ଆସିଲାଣି । ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଥିରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଫୁସଫୁସ ଅଧିକ ପ୍ରଭାବିତ ହେଉଛି ବୋଲି ଜଣା ପଡିଛି । ଅନ୍ୟ ଭାରିଏଣ୍ଟ ଅପେକ୍ଷା ଏହା ଅଧିକ ସଂକ୍ରମିତ ବୋଲି ସୂଚନା ମିଳୁଛି ।

କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହେବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ତେବେ ସଂକ୍ରମଣ ବଢ଼ିବା ପୂର୍ବରୁ ସମସ୍ତ ସ୍ଥାନରେ ଟୀକା କରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଏହାକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଲୋକମାନେ ଏଥିରୁ ସୁରକ୍ଷିତ ରହିପାରିବେ । କରୋନାର ୩ୟ ଲହର ଭାବେ ଉଭାନ ହୋଇଥିବା ଏହି ଭାରିଏଣ୍ଟ ମାରାତ୍ମକ ହେବା ପୂର୍ବରୁ ଏହାପ୍ରତି ସତର୍କ ରହିବା ନିହାତି ଜରୁରୀ ।

Leave A Reply

Your email address will not be published.