ଫିଲ୍ମ ‘ସୀତା’କୁ ନେଇ ସାମ୍ନାକୁ ଆସିଲା ବଡ ଖବର: ସୀତା ଭୂମିକାରୁ ହଟିଲେ କରିନା, ଏଣ୍ଟ୍ରି ମାରିଲେ ବଲିଉଡ କୁଇନ୍

0

ଫିଲ୍ମ ‘ସୀତାକୁ ନେଇ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର । ନିକଟରେ କରୀନା କପୁର ଖାନ୍‌ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ୧୨କୋଟି ଟଙ୍କା ମାଗିଥିଲେ । ଫିଲ୍ମ ‘ସୀତା’ରୁ ହଟିଲେ କରିନା ତେବେ କରୀନା କପୁରଙ୍କୁ ଏହି ଫିଲ୍ମ ବିଷୟରେ କେବେବି କୁହାଯାଇନଥିଲା । ଅର୍ଥାତ୍‌ ଫିଲ୍ମରେ କରିନା କେବେବି ସୀତା ଭୂମିକାରେ ଅଭିନୟ କରିବେ ବୋଲି ନିଷ୍ପତ୍ତି ନିଆଯାଇନି ।

ଫେମସ ସ୍କ୍ରିପ୍ଟରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମରେ ନିଜ ପସନ୍ଦର ଅଭିନେତ୍ରୀଙ୍କ ନାଁ ଉଲ୍ଲେଖ କରିଛନ୍ତି । ‘ସୀତା’ର ସ୍କ୍ରିପ୍ଟ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କଙ୍ଗନା ରାଣାୱତଙ୍କ ନା ସୁପାରିଶ କରିଛନ୍ତି । କେ.ଭି ପ୍ରସାଦ ନିର୍ଦ୍ଦେଶକ ଏସ୍‌ ରାଜାମୌଲିଙ୍କ ପିତା । ସେ ବାହୁବଲି ଧାରାବାହିକ, ବଜରଙ୍ଗୀ ଭାଇଜାନ, ମଣିକର୍ଣ୍ଣିକା ଏବଂ ଥାଲାଇଭି ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି । କେ.ଭି ପ୍ରସାଦ ବର୍ତ୍ତମାନ ସୀତା ଫିଲ୍ମ ସହିତ ପୁଣିଥରେ କିଛିଦନ ପରେ କମବ୍ୟାକ୍‌ କରୁଛନ୍ତି । ହିନ୍ଦୀ ସହିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍‌ ଏବଂ କନ୍ନଡରେ ମଧ୍ୟ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ନାଁକୁ ନେଇ ଆସିଥିବା ଖବରକୁ କେ.ଭି ପ୍ରସାଦ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.