କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

0

କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଏହା ସହ ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଉପରେ ଫୋକସ୍ କରାଯିବା ସମେତ ସାଇବର ଅପରାଧର ନିରାକରଣ ସହ ସଚେତନତା ସୃଷ୍ଟି କରାଯିବ ବୋଲି IPS ସଂଜୀବ ପଣ୍ଡା କହିଛନ୍ତି ।

ତେବେ ଗତକିଛି ଦିନ ତଳେ ରାଜ୍ୟ ସରକାର IPS ସ୍ତରରେ ବଡ଼ ଧରଣର ଅବଦଳବଦଳ କରିଥିଲେ । ଏଥିରେ ୧୯୯୪ ବ୍ୟାଚ IPS ଅଧିକାରୀ ସଂଜୀବ ପଣ୍ଡା ପରିବହନ କମିଶନର ଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ADG ଭାବେ ବଦଳି କରାଯାଇଥିଲା । ସଂଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ସହିତ ପୁଲିସ ଗୃହ ନିର୍ମାଣ ଦାୟିତ୍ୱ ତୁଲାଇବେ।

Leave A Reply

Your email address will not be published.