ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିବା ପରେ ଘର ଉଠୁଛି ଆଉ ପଡୁଛି । ପିଠାପଣାର ଆସରରେ ଘର ଅଗଣା ମହକି ଉଠିଛି । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଶେଷ ହୋଇଛି ।ହେଲେ ଅଣ ଜଳସେଚିତ ଅଞ୍ଚଳରେ ବର୍ଷା ଅନିୟମିତତା ଯୋଗୁଁ ଚାଷୀ ମନରେ ସେଭଳି ସରାଗ ଦେଖିବାକୁ ମିଳୁନାହିଁ ।

ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ମାଟିର ପର୍ବକୁ ପାଳନ କରିବାକୁ ଅଣ୍ଟା ଭିଡିଛି ଚାଷୀ । ମା’ଙ୍କୁ ନବାନ୍ନ ଲାଗି ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି ।ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି ।

Leave A Reply

Your email address will not be published.