୩୦ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ସୀମାନ୍ତ ବିଜାପୁରରେ ୩୦ ମାଓବାଦଙ୍କ ଆତ୍ମସମର୍ପଣ।ବିଜାପୁର ଏସ୍‌ପି ଓ CRPF ଡିଆଜିଙ୍କ ନିକଟରେ ଆତ୍ମସମର୍ପଣ।୩୦ ମାଓବାଦୀ ଉତ୍ତର ବସ୍ତର ମାଓ ସଂଗଠନର ସଦସ୍ୟ ଥିଲେ।ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି। ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ। ବିଜାପୁରରେ ଚଳିତ ବର୍ଷ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ।ଏମାନଙ୍କ ମଧ୍ୟରେ କିଛି ଡିଭିସିଏମ, ଏସିଏମ ଓ ପିଏଲଜିଏ ସଦସ୍ୟ ରହିଛନ୍ତି । ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ରାସ୍ତା ନିର୍ମାଣ, ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଜନ ହିତକର ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି।

ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା, କମ୍ୟୁନିଟି ପୋଲିସି ଅଧୀନରେ ଦିଆଯାଉଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ଯୋଗୁଁ ସଂଗଠନରୁ ମାଓବାଦୀଙ୍କ ଭ୍ରମ ଦୂର ହୋଇଛି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.