ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ; ୮ ମନ୍ତ୍ରୀଙ୍କୁ ଜୋନ୍ ଦାୟିତ୍ବ ଦେଲା ବିଜେପି। ବଞ୍ଜରୀ ପାଇଁ ରବି ନାରାୟଣ ନାଏକଙ୍କୁ ଦାୟିତ୍ୱ ମିଳିଥିବାବେଳେ, ସୁନାଦେଶ ପାଇଁ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ପାତାଳେଶ୍ୱର ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଏବଂ ଖରିଆର ରୋଡ୍ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।