ଆଜି ଥମିବ ନୂଆପଡା ପ୍ରଚାର

0

ଓଡ଼ିଆ ନ୍ୟୁଜ୍: ଶେଷ ଦିନରେ ଜୋରଦାର ପ୍ରଚାର କରିବେ ପ୍ରାର୍ଥୀ।ଭୋଟରଙ୍କ ପାଖରେ ପହଞ୍ଚିବାକୁ ୩ ପ୍ରମୁଖ ଦଳର କସରତ।ସନ୍ଧ୍ୟା ପରେ ଥମିବ ପ୍ରଚାର, ବନ୍ଦ ହେବ ସଭା ଓ ରୋଡ୍‌ ଶୋ’।ବାହାର ନେତାଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦେଶାବଳୀ। ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ।

ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ମଧ୍ୟ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି।

Leave A Reply

Your email address will not be published.