ବିଧାନସଭାରେ ଉଠିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: କଂଗ୍ରେସ ବିଜେପି ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ବିଧାନସଭାରେ ଉଠିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ନୁପୁରୁ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ । ଗୃହରେ ନିଜ ନିଜ ଆସନରେ ଛିଡ଼ା ହୋଇ  ନାରାବାଜି କଲେ କଂଗ୍ରେସ ଓ ବିଜେପିର ସଦସ୍ୟ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ କହିଲେ ନୁପୁର ଶର୍ମା ବିଜେପି ଦଳର ମୁଖପାତ୍ର। ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି।

ନରସିଂହଙ୍କୁ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଜବାବ। କଂଗ୍ରେସର ଶିରୋନାସ୍ତି ଶିରୋ ପୀଡା । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁଙ୍କ ପ୍ରଶ୍ନ । ଗୃହରେ ନୁପୁର ଶର୍ମା ସଦସ୍ୟ ନୁହେଁ କାହିଁକି ସେ ବିଷୟରେ ଆଲୋଚନା ହେବ । ବିଜେପି ନୁପୁରୁଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ କଡା ସମାଲୋଚନା କଲେ ବିଷ୍ଣୁ ।

ପାଟିତୁଣ୍ଡ ଭିତରେ ବାଚସ୍ପତିଙ୍କ ମନ୍ତବ୍ୟ । ଯେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ବା ଯାହାଙ୍କ ବିଷୟରେ ଆଲୋଚନା ହେଉଛି ସେ ଗୃହର ସଦସ୍ୟ ନୁହନ୍ତି । ତେଣୁ ଏହି ବିଷୟରେ ଅଧିକ ଆଲୋଚନା ହେବା ଉଚିତ ନୁହେଁ। ଏହା ପରେ ଗୃହରେ ହଟଗୋଳ। ଗୃହକୁ 10 ମିନିଟ ପାଇଁ ମୁଲତବୀ କଲେ ବାଚସ୍ପତି।

Leave A Reply

Your email address will not be published.