ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ମହାପ୍ରଭୁଙ୍କ ରୋଷଘର ଭଙ୍ଗାର ହେଲା ପୁନରାବୃର୍ତ୍ତି । ପୁରୀ ଗୁଣ୍ଡିଚା ମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ମୋଟ ୭୫୨ ଚୁଲିରୁ ୨୦ ଟି ଚୁଲି ଭାଙ୍ଗା ଯାଇଥିବା ସୁଆର ମହାସୁଆର ପକ୍ଷରୁ ସୂଚନା ମିଳିଛି। ଆଡ଼ପ ଅବଢ଼ା ରନ୍ଧା ପାଇଁ ୩ ଦିନ ତଳେ ଚୁଲି ଗୁଡିକୁ ତିଆରି ହୋଇଥିଲା। ତେବେ କୋଠଭୋଗ ଚୁଲିକୁ ସୁରକ୍ଷିତ ରହିଛି। କେହି ଜାଣିଶୁଣି ଗୁଣ୍ଡିଚା ମନ୍ଦିରର ୨୦ରୁ ଅଧିକ ଚୁଲିକୁ ଭାଙ୍ଗିଥିବା ସନ୍ଦେହ କରାଯାଉଛି। ତେବେ କଡା ସୁରକ୍ଷାରେ ଥିବା ଗୁଣ୍ଡିଚା ମନ୍ଦିରରେ ପଶି ଦୁର୍ବୃତ୍ତ ଚୁଲି କେମିତି ଭାଙ୍ଗିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଥାଉକି, ଗତ କିଛି ମାସ ତଳେ ପୁରୀ ଶ୍ରୀମନ୍ଦିର ରୋଷଘରୁ ୧୦୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଥିଲା ଦୁର୍ବୃତ୍ତ । ପରେ ତଦନ୍ତ ପରେ ଦୁର୍ବୃତ୍ତଙ୍କୁ ଗିରଫ କରାଯଇଥିଲା । ହେଲେ ଏବେ ପୁଣି ଥରେ ଗୁଣ୍ଡି ମନ୍ଦିର ଚୁଲି ଭଙ୍ଗାଯିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.