ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୫ରେ ଆୟୋଜିତ ହେବ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା(ଓସିଏସ୍) ପ୍ରିଲିମ୍। ମଙ୍ଗଳବାର ଓସିଏସ୍ ୨୦୨୨ର ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)। ଅକ୍ଟୋବର ୧୫ ତାରିଖ ରବିବାର ପ୍ରିଲିମ୍ ପରୀକ୍ଷା ହେବ। ପରୀକ୍ଷାର ବିସ୍ତୃତ ବିବରଣୀ ଆୟୋଗ ପରେ ଘୋଷଣା କରିବେ ବୋଲି କୁହାଯାଇଛି। ଓପିଏସସି ଓ୍ବେବସାଇଟ୍ରେ ସମସ୍ତ ତଥ୍ୟ ଉପଲବ୍ଧ ହେବ।
ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ଓପିଏସସି ଦ୍ଵାରା ୨୦୨୧-୨୨ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଥିଲ। ଏଥର ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି। ସେହିଭଳି ଦ୍ୱିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ ରହିଥିଲେ। ଚତୁର୍ଥରେ ବୈଶାଖୀ ଲେଙ୍କା, ପଞ୍ଚମ ଶ୍ୱେତଲିନା ମହନା, ଷଷ୍ଠରେ ଅଗ୍ନିଜା ଶିବାଦତ, ସପ୍ତମରେ ସନ୍ତୋଷ କୁମାର ପାତ୍ର ରହିଥିଲେ। ସେହିଭଳି ଅଷ୍ଟମରେ ମିମାଂସା ସାହୁ, ନବମରେ ବିନ୍ଦୁ ବଳୟ ରାଉତରାୟ ଏବଂ ଦଶମରେ ସୋମୗରଞ୍ଜନ ମହାପାତ୍ର ରହିଥିଲେ। ଟପ୍ ଟେନ୍ରେ ରହିଥିଲେ ୫ ଛାତ୍ରୀ । କୃତକାର୍ଯ୍ୟ ହୋଇଥିଲେ ୧୬୪ ଝିଅଙ୍କ ସହ ମୋଟ ୪୩୨ ଜଣ ଛାତ୍ରଛାତ୍ରୀ ।