ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍ କଲେଜ ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍ ICUରେ ଚିକିତ୍ସାଧୀନ। ଦୁର୍ଗାପୁର ମେଡିକାଲ୍ କଲେଜର ଜଣେ ଛାତ୍ର ଦୁଷ୍କର୍ମ କରିବା ଅଭିଯୋଗ। ପୀଡ଼ିତା ଛାତ୍ରୀ ଜଣଙ୍କ ଜଳେଶ୍ବର ଅଞ୍ଚଳର ସୂଚନା। ଯୁବତୀ ଜଣକ କୋଲକାତାରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରର ଶୋଭାପୁର ନିକଟରେ ଅବସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ MBBS ପଢୁଛନ୍ତି।
ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଶୁକ୍ରବାର ରାତି ୮.୩୦ ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। କ୍ୟାମ୍ପସ ଗେଟ୍ ନିକଟରେ, ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ଯୁବତୀଙ୍କ ସହିତ ଆସିଥିବା ପୁରୁଷ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି।