ସରଗରମ ରହିବ ଗୃହ

0

ଓଡ଼ିଆ ନ୍ୟୁଜ୍:  ଦିନର ବିରତି ପରେ ପୁଣି ଚାଲିବ ଗୃହ । ସରଗରମ ରହିପାରେ ବିଧାନସଭାରେ ଆଜିର ଦିନ। ପ୍ରଶ୍ନକାଳରେ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି। ସେହିପରି ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ।

ଅନ୍ୟପଟେ ଗୃହରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବ। ଆଇନ ଶୃଙ୍ଖଳା ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ସେପଟେ ଆଜି ଗୃହରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବା ସହ ଆଇନ ଶୃଙ୍ଖଳା ଏବଂ ଚାଷୀ ସମସ୍ୟାକୁ ନେଇ ଗୃହରେ ଦେଖା ଦେଇପାରେ ତାତି ।

Leave A Reply

Your email address will not be published.