ଆଜିବି ଚାଲିପାରିନାନି ବିଧାନସଭା

0

ଓଡ଼ିଆ ନ୍ୟୁଜ୍ ଚାଷୀ ଝଡରେ ଆଜି ବି ଧୋଇଗଲା ବିଧାନସଭା । ଚାଲିପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ବ୍ୟାନର ଓ ପ୍ଲାକାର୍ଡ ଧରି ଆସି ସରକାରୀଙ୍କ ବିରୋଧରେ ନାରାବାଜି କରିଥିଲେ । କଟନି ଛଟନି ବନ୍ଦ କରିବା, ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ଚାଷୀଙ୍କୁ ଦେବା, ସବସିଡ ପାଇଁ ୧୫୦ କୁଇଣ୍ଟାଲ ସୀମା ଉଠାଇବା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ମାଗୁଛନ୍ତି ବିରୋଧୀ ।

କିନ୍ତୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ନା ଉପ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କେହି ଗୃହରେ ଉତ୍ତର ରଖୁନାହାନ୍ତି । ସରକାର ଆଲୋଚନାକୁ ଆସୁନାହାନ୍ତି ଫଳରେ ଗୃହ ସ୍ବାଭାବିକ ହୋଇପାରୁନାହି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ । କିନ୍ତୁ ଆଲୋଚନାକୁ ବିରୋଧୀ ଆସୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି

Leave A Reply

Your email address will not be published.