ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏପରିକି ପୁରୀ ସହରକୁ ନୂଆ ଢାଞ୍ଚାରେ ଗଡ଼ିବାର ଆବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀ ସୁନ୍ଦର, ସବୁଜ ଓ ବିକଶିତ ହେବ। ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।