କେନ୍ଦ୍ର ସରକାରଙ୍କ ୧୦୦ ଟଙ୍କା MSP ବୃଦ୍ଧି ଯଥେଷ୍ଟ ନୁହେଁ, ସବୁ ମହଙ୍ଗା ଭିତରେ ଏହା ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାର MSP ବୃଦ୍ଧି କରିଥିଲେ ମଧ୍ୟ ଏହା ଉତ୍ସାହ ଜନକ ନୁହେଁ ବୋଲି ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସେ କହିଛନ୍ତି ଏମ୍ଏସପିକୁ ନେଇ ଲଢ଼େଇ ଜାରି ରହିବ । ଚାଷୀଙ୍କ ପାଇ ଆମ ଦଳ ତରଫରୁ ଲଢ଼େଇ ଚାଲିବ । ଦିଲ୍ଲୀରୁ ଆରମ୍ଭ କରି ସବୁଠି ଉଠିବ ସ୍ୱର। ଏମ୍ଏସପି ୧୦୦ ଟଙ୍କା ବୃଦ୍ଧିକୁ ସ୍ବାଗତ କରୁଛୁ। କିନ୍ତୁ ଓଡ଼ିଶା ପରିପେକ୍ଷୀରେରେ ଏହା କିଛି ନୁହେଁ।

କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଅନୁସାରେ ୧୩୮ ଟଙ୍କାରୁ ୧୪୦ ଟଙ୍କା ବଢିବା କଥା। କିନ୍ତୁ ବର୍ତ୍ତମାନ ମଜୁରୀ ,ଡିଜେଲ ଦର ଓ ଔଷଧ ଦର ବଢ଼ିଛି। ୫ ବର୍ଷ ତଳେ ସର୍ବସମ୍ମତି କ୍ରମେ ୨୯୩୦ ଟଙ୍କା ପାଇ ନିଷ୍ପତି ହୋଇଥିଲା। ସେ ଦୃଷ୍ଟିରୁ ଏ ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ତେଲ ଓ ସୂର୍ଯ୍ୟମୁଖୀ ଏମ୍ଏସପି ଯେତିକି ବଢ଼େଇଛନ୍ତି କିଛି ନୁହେଁ। ଅଧିକ ବଢ଼େଇଥିଲେ ଲୋକେ ଧାନ ଚାଷରୁ ଅଲଗା ଚାଷ ପାଇ ମନ ବଳେଇଥାନ୍ତେ। ନିଷ୍ପତିକୁ ସ୍ବାଗତ କରୁଥିଲେ ବି ଉତ୍ସାହଜନ ନୁହେଁ। କୌଣସି ଲାଭ ହେବନି ଚାଷୀଙ୍କୁ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି(ସିସିଇଏ) 2022-23 ବର୍ଷ ପାଇଁ ଧାନ ସମେତ 17ଟି ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀଜୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଚାଷୀ ଭାଇମାନଙ୍କ ଆୟ ଆହୁରି ବୃଦ୍ଧି ହେବ । ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ । ଏହି ନିଷ୍ପତି ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ ।

ମାଣ୍ଡିଆ, ମକା, ହରଡ଼, ମୁଗ, ଚିନାବାଦାମ, ବିରି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, କପା ଭଳି ଖରିଫ ଫସଲର ଏମଏସପି ବୃଦ୍ଧି ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀଜୀଙ୍କ ଏହି ନିଷ୍ପତି ଆମର ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ସଙ୍ଗେସଙ୍ଗେ ଚାଷ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

 

 

Leave A Reply

Your email address will not be published.