ଆଉ ହେବନି କ୍ୟାନସରରେ ମୃତ୍ୟୁ: ଜାଣନ୍ତୁ କିପରି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଥିଲା । ଚିକିତ୍ସା କ୍ଷେତ୍ରରେ ବିକାଶ ସତ୍ତେ କର୍କଟ ଭଳି ଏକ ରୋଗର କିଛି ଚିକିତ୍ସା ବାହାରିନଥିଲା । ଅନେକ ବର୍ଷ ଧରି ଏହି ରୋଗ ପାଇଁ ଔଷଧ କିମ୍ବା ଟିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରିରହିଥିଲା । ବର୍ତ୍ତମାନ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର ସଫଳ ସମାଧାନ ହୋଇପାରିବ ।

ଏକ କ୍ଲିନିକାଲ୍ ଟ୍ରାଏଲ୍ ଭାବରେ, ଏହି ପରୀକ୍ଷଣ ରେକ୍ଟାଲ୍ କ୍ୟାନସରର ୧୮ ରୋଗୀଙ୍କ ଉପରେ କରାଯାଇଥିଲା । ଏହି ରୋଗୀଙ୍କୁ ୬ ମାସ ପାଇଁ ଡୋଷ୍ଟେରଲିମାବ ନାମକ ଏକ ଔଷଧ ଦିଆଯାଇଥିଲା । ଦାବି କରାଯାଇଛି ଯେ ବର୍ତ୍ତମାନ ଏହି ସମସ୍ତ ରୋଗୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଡୋଷ୍ଟେରଲିମାବ ନାମକ ଔଷଧ ମାନବ ଶରୀରରେ ଏକ ଆଣ୍ଟିବଡି ଭଳି କାର୍ୟ୍ୟ କରିଥାଏ । ବିଶେଷତଜ୍ଞମାନେ କହିଛନ୍ତି ଯେ ଏହା ପ୍ରମାଣିତ ହୋଇଛି ଯେ ଡୋଷ୍ଟେରଲିମାବ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ସାମ୍ଭାବ୍ୟ ଉପଶମ ହୋଇପାରେ । ଯେଉଁମାନଙ୍କର କ୍ୟାନସର ସେଲଗୁଡିକ ଶରୀରରୁ ଦୂରେଇ ଯାଇଛି, ସେମାନଙ୍କ ପାଇଁ ଅଧିକ ଚିକିତ୍ସା କରିବାର କୈଣସି ଆବଶ୍ୟକତା ନାହିଁ ।

ଯେଉଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା, ସେମାନଙ୍କ ଟ୍ୟୁମର୍ ଧୀରେ ଧୀରେ ଭଳ ହୋଇଯାଇଥିଲା । ସମସ୍ତ ରୋଗୀଙ୍କଠାରେ କ୍ୟାନସରର କୈଣସି ଚିହ୍ନ ନଥିଲା । କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କଲୋରେକ୍ଟାଲ୍ କର୍କଟ ବିଶେଷଜ୍ଞ ଡକ୍ଟର ଆଲାନ୍ ପି ଭେନୁକ୍ କହିଛନ୍ତି ଯେ ସମସ୍ତ କ୍ୟାନସର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ଘଟଣା ପୂର୍ବରୁ କେବେ ମଧ୍ୟ ଶୁଣାଯାଇ ନଥିଲା । ଡାକ୍ତରଙ୍କ ଅନୁଯାୟୀ, ଆକ୍ରାନ୍ତମାନେ ପରୀକ୍ଷା ସମୟରେ ଛଅ ମାସ ପାଇଁ ପ୍ରତି ତିନି ସପ୍ତାହରେ ଡେଷ୍ଟେରଲିମାବ ନେଇଥିଲେ । ଏହି ଉଲ୍ଲେଖନୀୟ ଯେ ସେମାନେ ସମସ୍ତେ ସମାନ ଅବସ୍ଥାରେ ଥିଲେ । ସେମାନଙ୍କ କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପି ନଥିଲା । ଏହି କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ମେଡିକାଲ୍ ଜଗତକୁ ଆଶ୍ଚର୍ୟ୍ୟ କରିଛି । କୁହାଯାଉଛି ଯେ ଦୁନିଆରେ ଏହା ହେଉଛି ପ୍ରଥମ ଗବେଷଣା ।

ଔଷଧର ସମୀକ୍ଷା କରୁଥିବା କର୍କଟ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଚିକିତ୍ସା ସଫଳ ହୋଇଛି , କିନ୍ତୁ ଏହି ଔଷଧ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରଭାବଶାଳୀ କି ନୁହେଁ ଏବଂ ଏହା ପ୍ରକୃତରେ କର୍କଟ ରୋଗକୁ ଭଲ କରିଥାଏ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ ବୃହତ ପରୀକ୍ଷଣ ଆବଶ୍ୟକ ବୋଲି କହିଛନ୍ତି । ଭବିଷ୍ୟତରେ ଯଦି ଏହି ଔଷଧ ପ୍ରଭାବଶାଳୀ ରହେ, ତେବେ ଏହାକୁ କର୍କଟ ପାଇଁ ସଞ୍ଜୀବନୀ ବୋଲି କୁହାଯିବ।

Leave A Reply

Your email address will not be published.