ଖୁବଶୀଘ୍ର ଭିସି ପଦ ପୂରଣ: ରାଜ୍ୟପାଳ

0

ଓଡ଼ିଆ ନ୍ୟୁଜ୍: ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା।୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ। ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍‌ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା।ରାଜ୍ୟର ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି।ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳଙ୍କ ସୂଚନା। ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ରାଜ୍ୟପାଳଙ୍କ ଉଦ୍‌ବେଗ।

ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ। ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ମଧ୍ୟ ଉଦ୍‌ବେଗ।ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ବ।ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ରଖିଲେ ମତ।ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ।

Leave A Reply

Your email address will not be published.