୧୬୩୫ ନୂଆ ରାଜସ୍ୱ ଗାଁର ସୀମା ପରିବର୍ତ୍ତନ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ 1991ରୁ 2024 ପର୍ଯ୍ୟନ୍ତ 34 ବର୍ଷ ଭିତରେ ମାତ୍ର 1 ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା । ହେଲେ ପୂର୍ବତନ ସରକାର ସେଥିରୁ ମାତ୍ର 300 ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବାକି 700 ଗାଁର ମ୍ୟାପ କରିପାରିଲେ ନାହିଁ ପୂର୍ବ ସରକାର । ତେଣୁ ମ୍ୟାପ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ 1635 ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ କରିବା ପାଇଁ ଯାଉଛନ୍ତି ସରକାର । ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ । ଏହାସହ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଏହି ଗାଁ ଗୁଡିକ ମାନ୍ୟତା ପାଇବା ସହ କାର୍ଯ୍ୟକାରୀ ହେବ ।

34 ବର୍ଷ ଭିତରେ ପୂର୍ବତନ ସରକାର ମାନେ ଯାହା କରିପାରିଲେ ନାହିଁ, ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । 250ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ 500 ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ । ଅନ୍ୟ ସବୁ କଟକଣା ଉଠାଇ ଦେଇଛନ୍ତି ବିଜେପି ସରକାର ।

Leave A Reply

Your email address will not be published.