ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ଶାହାଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସେ ସମବେଦନା ଜଣାଇଛନ୍ତି। ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଓଡ଼ିଶା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା ସମୟରେ ମତପୋଷଣ କରିଛନ୍ତି।
ଉଭୟ ରାଜ୍ୟକୁ ୫ କୋଟି ଟଙ୍କା ଲେଖାଏଁ ଦେବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ଏହି ସହାୟତା ରାଶି । ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଏହି ସହାୟତା ଯୋଗାଇଦେବ ଓଡିଶା । ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମାସରେ ଉଭୟ ରାଜ୍ୟ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। କେରଳରେ ଭୂସ୍ଖଳନ ଓ ତ୍ରିପୁରାରେ ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।
Comments are closed.