ଜୁଲାଇ ୪ରୁ OJEE, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

0

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍‌): OJEE- ୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ। ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି OJEE ସୂଚୀ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ OJEE ଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଟେକ୍ ଡିପ୍ଲୋମା ପରୀକ୍ଷା ହେବ।

ଜୁଲାଇ ୫ ତାରିଖର ୧ମ ଓ ୨ୟ ସିଫ୍ଟରେ ଏମସିଏ/ଏମଏସସି(କଂପ୍ୟୁଟର ସାଇନ୍ସ) ପରୀକ୍ଷା ହେବ। ଜୁଲାଇ ୫ର ୩ୟ ସିଫ୍ଟରେ ଏମଟେକ୍, ଏମ୍ ଆର୍ଚ, ଏମ ଫାର୍ମା ଓ ବି ସିଏଟି ପରୀକ୍ଷା ହେବ। ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ ଓ ୩ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମବିଏ, ଲାଟେରାଲ୍ ଏଣ୍ଟ୍ରି ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟେକ୍(ବିଏସସି), ବିସିଏଟ୍(ଫିଲ୍ମ ଏଡିଟିଂ) ପରୀକ୍ଷା ହେବ।୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ।

Leave A Reply

Your email address will not be published.