ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାର 6 ବର୍ଷ ପରେ ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ। ନ୍ୟାସନାଲ କନଫରେନ୍ସ (ଏନସି) ବିଧାୟକ ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ଏହା ବ୍ୟତୀତ ସତୀଶ ଶର୍ମା, ସକୀନା ଇଟୁ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଦଳ ସରକାରରେ ସାମିଲ ହୋଇନାହିଁ। ବାହାରୁ ଓମାର ସରକାରଙ୍କୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଶପଥ ଗ୍ରହଣ ସମାରୋହକୁ ଇଣ୍ଡିଆ ବ୍ଲକର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ,  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ନିମନ୍ତ୍ରଣ ରହିଥିଲା।

ଏନସିପି ସଭାପତି ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଆରଜେଡିର ଲାଲୁ ପ୍ରସାଦ ଯାଦବ ଏବଂ ଡିଏମକେର ଏମ କେ ଷ୍ଟାଲିନଙ୍କ ବ୍ୟତୀତ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଶିବସେନାର ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପିର ମେହବୁବା ମୁଫତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପର ଅରବିନ୍ଦ କେଜ୍ରିୱାଲଙ୍କ ନାମ ବି ରହିଥିଲା।

 

Leave A Reply

Your email address will not be published.