ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)।
ପାସ୍ ଓ ଫେଲ୍ ମେସିନ୍ ଦ୍ବାରା ମୂଲ୍ୟାୟନ କରାଯିବ। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି। ଖୁବଶୀଘ୍ର ଏହାକୁ ଉଦ୍ଘାଟନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ତେବେ ଡ୍ରାଇଭିଂ ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ଅନେକ ସମୟରେ ପକ୍ଷପାତ କରୁଥିବା ଖବର ସାମ୍ନାକୁ ଆସିଥିଲା । ଯାହାଦ୍ବାରା ଏଥିରେ ଫେଲ୍ ହେଉଥିବା ଚଳକଙ୍କୁ ପାସ୍ କରିଦିଆଯାଉଥିଲା ।
କିନ୍ତୁ ଏଆଇ ଜଗିବା ପରେ ଏସବୁ ଆଉ ହୋଇପାରିବନି । ଏହାଦ୍ବାରା ପରୀକ୍ଷା କରାଯାଉଥିବା ଟ୍ରାକ୍ କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି । ଟ୍ରାକ୍ ରେ କ୍ୟାମେରା, ସେନସର ଓ ରେଡାର ଦ୍ବାରା ପରିଚାଳନା କରାଯିବ । ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଯଦି କୌଣସି ତ୍ରୁଟି କରନ୍ତି ତେବେ ସାଙ୍ଗେ ସାଙ୍ଗେ ମେସିନ୍ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍ କି ଫେଲ୍ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ । ଏହା ବ୍ୟତୀତ କ୍ୟାମେରା ଜରିଆରେ ଚାଳକଜଣକ ଠିକ୍ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ ।
Comments are closed.