ସାମାନ୍ୟ ବଚସାରୁ ହତ୍ୟା; ସ୍ତ୍ରୀ, ପୁତୁରାକୁ ହାଣିଦେଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁତୁରାଙ୍କୁ ଭୁଜାଲିରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ | ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ତାଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ପୁତୁରା ଚିରଞ୍ଜୀବୀ ପ୍ରଧାନ(୬ ମାସ)କୁ କଟୁରିରେ ହାଣିଛି।

ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ନେଇ ବ୍ରହ୍ମଗିରି ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।  ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ଗୁଣ୍ଡିଚା ପ୍ରଧାନଙ୍କର ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ଗୁଣ୍ଡିଚା ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀକୁ ଆକ୍ରମଣ କରିବାକୁ ପଛାଇନଥିଲେ।

ସେହି ସମୟରେ ଗୁଣ୍ଡିଚାଙ୍କ ପୁତୁରା ଆସି ତାଙ୍କୁ ଅଟକାଇଥିଲା। ଏବଂ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଶେଷରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.