ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁର ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । କିଛି ଦୁର୍ବୃତ୍ତ ଏହି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସରପଞ୍ଚଙ୍କକ ପରିବାର । ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ୫ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ପକାଇ ଚମ୍ପଟ ମାରିଥିଲେ। ବୋମାମାଡରେ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ କିଛି କ୍ଷତି ହୋଇ ନାହିଁ।
ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ତେବେ ପୂର୍ବ ଶତ୍ରୁତା ପାଇଁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି କିମ୍ବା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ । ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ, ଦୁର୍ବୁତ୍ତଙ୍କୁ ଖୋଜୁଛି ପୋଲିସ ।