ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର, ଜାଣନ୍ତୁ କେତେ ଦେବେ ଆପଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । ୫୦୦ ମିଲିକୁ ୨ ଟଙ୍କା ହିସାବରେ ସମସ୍ତ ପ୍ରକାର କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମଫେଡ ପକ୍ଷରୁ କୁହାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ବିପଣନକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି ।

ଟୋନ୍ଡ କ୍ଷୀର ୫୦୦ ମିଲି ପୂର୍ବରୁ ୨୧ ଟଙ୍କାରେ ମିଳୁଥିବାବେଳେ ଏବେ ଏଥିପାଇଁ ୨୩ ଟଙ୍କା ଦେବାକୁ ପଡ଼ିବ । ସେହିପରି ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୫୦୦ମିଲିକୁ ୨୬ ଲେଖାଏଁ ଏବଂ ଚା’ ସ୍ପେଶାଲ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ ।

ଓମଫେଡ୍‌ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରି କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧ ଦର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଇନପୁଟ୍‌ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ ଦୁଗ୍ଧ କ୍ରୟ ମୂଲ୍ୟକୁ ୫%ରୁ ଅଧିକ ବୃଦ୍ଧି କରାଯାଇଛି। ପୂର୍ବରୁ ଦୁଗ୍ଧ କ୍ରୟ ମୂଲ୍ୟ ଲିଟର ପିଛା ୩୩.୯୪ ଟଙ୍କା ଥିବା ବେଳେ ଏବେ ଏହା ୩୫.୬୪ ଟଙ୍କାକୁ ବୃଦ୍ଧି ପାଇବ । ଏହା ଦ୍ୱାରା ଦୁଗ୍ଧ ଉତ୍ପାଦକମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଉତ୍ସାହିତ ‌ହେବେ। ତେବେ ଓମଫେଡ୍ ଦର ବଢିଲେ ଏହାର ପ୍ରଭାବ ସେତେଟା ପଡିବନି ବୋଲି କହିଛନ୍ତି ଜଣେ ଗ୍ରାହକ । ଯେହେତୁ ଅନ୍ୟ କମ୍ପାନୀର କ୍ଷୀରର ଓମଫେଡ ଦର ଠାରୁ ଅଧିକ ରହିଛି ତେଣୁ ଦରବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ । ସେହିଭଳି ଓମଫେଡ କ୍ଷୀର ବିକୁଥିବା ଦୋକାନୀ କହିଛନ୍ତି, ଦର ବୃଦ୍ଧି ପରେ କଣ ପ୍ରଭାବ ପଡିବ ତାହା କ୍ଷୀର ବିକ୍ରି ହେବା ପରେ ଜଣାପଡିବ ।

Leave A Reply

Your email address will not be published.