‘ଶିଶୁ ଦିବସ’ରେ ପିଲାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ‘ଶିଶୁ ଦିବସ’ ପାଇଁ ବିଦ୍ୟାଳୟ ପରିସର ଉତ୍ସବମୁଖର ଥିବା ବେଳେ ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ନିଜର ପ୍ରିୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ ଚାଲିଯାଇଛନ୍ତି। ଏହି ଅଭାବନୀୟ ଘଟଣା ନେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି |

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅଧୀନରେ ଥିବା କୁଇବାହାଲ ପଲ୍ଲିଶ୍ରୀ ପଞ୍ଚାୟୟ ହାଇସ୍କୁଲରେ ଗୁରବାର ପୂର୍ବାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କର ନାମ ପର୍ଶୁରାମ ଦାସ। ତେବେ ସୂଚନା ମୁତାବକ, ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ । ଶିଶୁ ଦିବସ ଅବସରରେ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଭାଷଣ ଦେଉଥିଲେ ।

ହେଲେ କିଏ ଜାଣିଥିଲା, ସେଠି ତାଙ୍କ ମୃତ୍ୟୁ ଜଗି ବସିଥିବ । ଭାଷଣ ଦେଉ ଦେଉ ହଠାତ୍‌ ତଳେ ପଡ଼ିଯାଇଥିଲେ ପର୍ଶୁରାମ । ସଙ୍ଗେ ସଙ୍ଗେ ତାଙ୍କୁ ସହକର୍ମୀମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ବେଳେ ଘଟଣା ପରେ ମର୍ମାହତ ହୋଇପଡିଛନ୍ତି ପରିବାର ଲୋକେ ଏବଂ ସ୍କୁଲ କର୍ତ୍ତୃପକ୍ଷ ।

Comments are closed.