ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓୟୁଏଟିରେ ଜଣ୍ଡିସ୍ ବ୍ୟାପିବା ପରେ ୱାଟକୋ, ଓୟୁଏଟିକୁ ଏକ ଟିମ୍ ପଠାଇଥିବା ଗୁରୁବାର ଜଣାପଡିଛି । ୱାଟକୋ ଜେନେରାଲ୍ ମ୍ୟାନେଜରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଯାଇଛି । କେଉଁ ପାଣି ଦୂଷିତ ହୋଇଛି, ତାହା ଯାଞ୍ଚ କରିବା ସହ ପାଇପଲାଇନ ଦୂଷିତ ହୋଇଛି ନା ନାହଁ ସେନେଇ ବି ନିରୀକ୍ଷଣ କରିବ ଏହି ଟିମ l
ତେବେ ଗତକାଲି ଓୟୁଏଟି ପରୀକ୍ଷା ପାଇଁ ପାଣି ଆଣିଥିଲା l ପରୀକ୍ଷା ପରେ ନମୁନା ସମ୍ପୂର୍ଣ୍ଣ ଠିକ ଅଛି l କିନ୍ତୁ ଜଣ୍ଡିସ ପରୀକ୍ଷା ପାଇଁ ଆରଡବ୍ଲୁଏସଏସକୁ ଦିଆଯାଇଛି ବୋଲି ସୂଚନା ଆଦେଇଛନ୍ତି ୱାଟକୋର ଏମଡି ଗୁରୁ ଚରଣ ଦାଶ l ଓୟୁଏଟିକୁ ବୈଷୟିକ ଦିଗରୁ ଟିମ୍ ସହଯୋଗ କରିବ । ପରୀକ୍ଷା ପାଇଁ ଗତକାଲି ଓୟୁଏଟିରୁ ଆସିଥିଲା ପାଣି । ପାଣିର ନମୁନା ଠିକ୍ ଥିବା ନେଇ ୱାଟକୋ ପକ୍ଷରୁ ସୂଚନା ମିଳିଛି ।
ଜଣ୍ଡିସ୍ ପରୀକ୍ଷା ପାଇଁ ଆରଡବ୍ଲ୍ୟୁଏସଏସକୁ ନମୁନା ଦିଆଯାଇଛି । ତେବେ ଏ ଜଣ୍ଡିସ ହେପାଟାଇଟିସ-A, ଯାହା ଖାଦ୍ୟ ଓ ପାଣିରୁ ହୁଏ l ହଷ୍ଟେଲ ଖାଦ୍ୟରୁ ଯଦି ହୋଇଥାନ୍ତା, ତେବେ ସମସ୍ତଙ୍କୁ ଜଣ୍ଡିସ ହୋଇଥାନ୍ତା l ତେଣୁ ହୁଏତ ସେମାନେ ସମାନ ସ୍ଥାନରୁ ଖାଇଛନ୍ତି ବା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଛି ବୋଲି କହିଛନ୍ତି ଡାକ୍ତର ମିଶ୍ର l
Comments are closed.