ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋର୍ଟରୁ ଫେରୁଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ | ରାମଚନ୍ଦ୍ରପୁର ଜଙ୍ଗଲ ନିକଟରେ ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ | ଗୁରୁତର ଯୁବକ ଚମ୍ପୁଆ ଡ଼ାକ୍ତରଖାନାରେ ଭର୍ତ୍ତି | ଏକ ମକଦ୍ଦମା ମାମଲାରେ ଚମ୍ପୁଆ କୋର୍ଟରୁ ଫେରୁଥିବା ବେଳେ ରାମଚନ୍ଦ୍ରପୁର ଜଙ୍ଗଲ ନିକଟରେ ଯୋଡା ବଂଶପାଣି ଅଞ୍ଚଳର କିଶୋର ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କୁ ୭/୮ ଜଣ ଯୁବକ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ଆକ୍ରମଣରେ ପ୍ରକାଶ ମହାନ୍ତି ଦୈାଡି ପଳାଇବାକୁ ସକ୍ଷମ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କିଶୋର ଦୈାଡି ପଳାଇବାକୁ ଚେଷ୍ଟା କରି ପଡ଼ି ଯିବାରୁ ତାଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି।
ସ୍ଥାନୀୟ କିଛି ଲୋକ ଦୌଡ଼ି ଆସିବାରୁ ଦୁର୍ବୃତ୍ତ ଫେରାର ହୋଇଥିବା ବେଳେ କିଶୋରଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
Comments are closed.