ବିରୋଧୀ ନକରାତ୍ମକ ରାଜନୀତି କରୁଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିରୋଧୀଙ୍କୁ ପୁଣି ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଳପଥର ବୃହତ୍ ନବୀକରଣ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ପ୍ରହାର କରି କହିଛନ୍ତି, ‘ଦୁର୍ନୀତି, ପରିବାରବାଦ ଓ ତୁଷ୍ଟୀକରଣ ଏବେ ଭାରତ ଛାଡ଼ି ଯିବାର ସମୟ ଉପନୀତ’। ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖକୁ ‘ଭାରତ ଛାଡ଼ ଦିବସ’ ଭାବେ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଛାଡ଼ ଆନ୍ଦୋଳନ ଦ୍ବାରା ଅନୁପ୍ରାଣିତ ହୋଇ ସମଗ୍ର ଦେଶ ଏବେ କହୁଛି- ଦୁର୍ନୀତି, ପରିବାରବାଦ ଓ ତୁଷ୍ଟୀକରଣ ରାଜନୀତି ଏବେ ଭାରତ ଛାଡ଼ି ଯିବା ଉଚିତ।

ଆଭାସୀ ମାଧ୍ୟମରେ ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିରୋଧୀମାନେ ‘ନକାରାତ୍ମକ ରାଜନୀତି’ କରୁଛନ୍ତି। ସେମାନେ ଏକ ନୀତି ଧରିଛନ୍ତି- ‘ଆମେ କାମ କରିବୁନି କି କରାଇ ଦେବୁନି’। କିନ୍ତୁ ଆମେ ନକାରାତ୍ମକ ରାଜନୀତିରୁ ଉପରକୁ ଉଠି ସକାରାତ୍ମକ ରାଜନୀତିର ପନ୍ଥା ଧରି ମିସନ ମୋଡ୍‌ରେ କାମ କରୁଛୁ ଏବଂ ବିକାଶକୁ ସର୍ବପ୍ରାଥମିକତା ଦେଉଛୁ ବୋଲି ମୋଦୀ କହିଥିଲେ। ଏପରି କହି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦୀ ।

Leave A Reply

Your email address will not be published.