ଓଡ଼ିଆ ନ୍ୟୁଜ୍: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ଜଣେ ଗିରଫ । କଳାହାଣ୍ଡିର ଜଣେ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣକୁ ମାରାଥନ୍ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ହେଲେଣି ମୋଟ୍ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଷ୍ଟରମାଇଣ୍ଡ । ୨୦ ତାରିଖ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବରୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ।
ଜିତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ବାନ୍ଧିଥିଲା ତଦନ୍ତକାରୀସଂସ୍ଥା । ଏମାନେ ହେଉଛନ୍ତି ପ୍ରଶ୍ନପତ୍ର ଲିକ୍ର ଜଣେ ଜଣେ ମାଷ୍ଟରମାଇଣ୍ଡ । ଆଉ ମୁଖ୍ୟ କାର୍ପଟଦାର ହେଉଛି ଜିତନ ମହାରଣା ।