ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ

0

ଓଡ଼ିଆ ନ୍ୟୁଜ୍: ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ। OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ କଲା କ୍ରାଇମବ୍ରାଞ୍ଚ। କାଲି ଅଫିସ୍‌କୁ ଡାକି ନିହାରଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ୍‌।ଉପସଭାପତି ନିହାରଙ୍କ ଲାପଟପ୍‌କୁ OTET ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ଲିକ ମାମଲାରେ ୭ଜଣ ବନ୍ଧା ହୋଇଛନ୍ତି।

ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରି ପେନ ଡ୍ରାଇଭରେ ସ୍ଥାନାନ୍ତର କରିଥିଲେ। ଏହାପରେ ରାୟଗଡ଼ା ଜିଲାର ଶିକ୍ଷକ ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଷୋୟୀଙ୍କ ସହ ଅନ୍ୟ ତିନି ଦଲାଲଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିଲା

Leave A Reply

Your email address will not be published.