ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌: କନକବର୍ଦ୍ଧନ ସିଂଦେଓ

0

ଓଡ଼ିଆ ନ୍ୟୁଜ୍: ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌। କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେଭିଙ୍କ ଘୋଷଣା। ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ଭିଜିଟ କରିବାକୁ ଯିବ କହିଲେ। ମୟୂରଭଞ୍ଜ, ବ୍ରହ୍ମପୁରରେ କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି କନକବର୍ଦ୍ଧନ ସିଂଦେଓ।ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ ଓ ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିଜର ଅଭିଭାଷଣରେ କହିଥିଲେ, ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା କଳାହାଣ୍ଡି। ଏବେ ଓଡ଼ିଶାର ଭାତ ହାଣ୍ଡି କଳାହାଣ୍ଡି। ରାଜ୍ୟର ଆମ୍ବ ଏବେ ବିଦେଶକୁ ରାପ୍ତାନି ହେଉଛି। କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡ଼ିଶାରେ ବିକ୍ରି ହେଉଥିଲା। ଏବେ ୫୫ ଟଙ୍କା କେଜି ଅନୁସାରେ ୟୁ ଏ ଇ, ଦୁବାଇ, ଲଣ୍ଡନ ଓ ପ୍ୟାରିସକୁ ରପ୍ତାନି ହୋଇଛି। କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ଓଡ଼ିଶା। ଗତ ବର୍ଷ ୮୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଚଳିତ ବର୍ଷ ୮୧ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି।

Leave A Reply

Your email address will not be published.