ଭୁବନେଶ୍ୱର(ଓଡିଆ ନ୍ୟୁଜ୍)OUAT ଷ୍ଟାପ କ୍ୱାଟରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଘଟଣା ସ୍ଥଳରେ ପୋଲିସ ପହାଞ୍ଚି ମୃତ ଦେହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।
ଘଟଣା ସ୍ଥଳେ ସାଇଣ୍ଟିଫିକ୍ ଟିମ ସହ ପୋଲିସ ମିଶି ମିଳିତ ଭାବେ ତଦନ୍ତ କରୁଛନ୍ତି । ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତ ପ୍ରଫେସର ବାସନ୍ତୀ ଜେନାଙ୍କ ଭାଇଙ୍କର ଅଭିଯୋଗ ମୁତାବକ ଘରକୁ ଅଧିକା ସମୟ ଦେଉ ନଥିଲେ ଭିଣୋଇ ପ୍ରସନ୍ନ ଜେନା । ଯାହାକୁ ନେଇ ସବୁ ବେଳେ ଝଗଡା ହେଉଥିଲା । କିନ୍ତୁ ଏଥିରେ ପରକୀୟା ପ୍ରୀତି ନାହିଁ ବୋଲି ପୋଲିସ ସ୍ପଷ୍ଟ କରି ସାରିଛି। ସେପଟେ ସ୍ବାମୀ ଦେବିପ୍ରସନ ଜେନାଙ୍କ କହିବାନୁସାରେ ୮ ବର୍ଷର ଭଲ ପାଇବା ପରେ ମୋର ବିବାହ ହୋଇଛି। ଅନ୍ୟ କାହା ସହ କୌଣସି ସମ୍ପର୍କ ନାହିଁ । ପୋଲିସ୍ ତଦନ୍ତ କରୁଛି ତଦନ୍ତ ନସରିବା ପର୍ଯ୍ୟନ୍ତ ପୋଲିସକୁ ମୁଁ ସାହାଯ୍ୟ କରିବି ।