ଅପାସୋରା ସ୍ମୃତି ପରେ ମନୋରମାଙ୍କ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ”

0

ଆସନ୍ତା ଭାଲେଣ୍ଟାଇନ ଡେ ରେ ଓଲିଉଡ ଟାଇମସ୍ ୟୁଟୁବ ଚ୍ୟାନେଲ ରେ ମୁକ୍ତିଲାଭ କରିବାକୁ ଯାଉଛି ରାଜେଶ ରଞ୍ଜନ ଫିଲ୍ମସ୍ ନିବେଦିତ “ଆଙ୍କି ଯାଏ ତୁମ ଛବି ମନ ଆଇନାରେ”। ଓଡ଼ିଆ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଅଭିନେତା ତୁଷାର କେ ସିହ୍ନା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଗୀତ ରଚନା କରିଛନ୍ତି ଆମେରିକାରେ ଥିବା ଓଡ଼ିଆ ଲେଖିକା ମନୋରମା ଚୌଧୁରୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗୀତ ଟିକୁ ଗାଇଥିବା ବେଳେ ସଙ୍ଗୀତଜ୍ଞ ଓମ୍ ପ୍ରକାଶ ମହାନ୍ତି ସ୍ୱର ସଂଯୋଜନା କରିଛନ୍ତି ।

୨୦୧୯ ଫେବ୍ରୁୟାରୀ ୧୪ ରେ ଜାମୁ ଓ କାଶ୍ମୀର ର ଫୁଲୱାମା ଆଟାକ୍ ରେ ପ୍ରାଣ ହରାଇଥିବା ଜନେ ସହିଦ୍ ଓ ତାଙ୍କ ପତ୍ନୀ ଙ୍କର ନିଛକ ପ୍ରେମ କାହାଣୀକୁ ନେଇ ଭିଡିଓ ଟି ପ୍ରସ୍ତୁତ ହୋଇଛି. ଗୀତଟିର କାହାଣୀ, ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜେଶ ରଞ୍ଜନ ମହାନ୍ତି, ଧୀରେନ୍ ସାହୁ ଚିତ୍ରୋତ୍ତଳନ କରିଥିବାବେଳେ ଅନିଲ ଲିମା ଓ ପୂର୍ଣ୍ଣ ଚନ୍ଦ୍ର ସହଯୋଗୀ ଭାବେ କାର୍ଯ୍ୟ କରିଛନ୍ତି. ପୋଷାକରେ ଫ୍ୟାଶନ ଡିଜାଇନର ଶାରଦା ମିଶ୍ର ଓ ମେକ୍ଅପ୍ ରେ ସୁରେନ୍ଦ୍ର ପାତ୍ର ସହଯୋଗ କରିଛନ୍ତି ।

Leave A Reply

Your email address will not be published.