ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ପିକଅପ୍ ଭ୍ୟାନ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ି ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପିକଅପ୍ ଭ୍ୟାନରେ ୪୫ ଜଣ ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବା ବେଳେ ଟାୟାର ଫାଟିବାରୁ ଓଲଟି ପଡ଼ିଲା। ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ବେତନଟୀ ଅଞ୍ଚଳର ୪୦ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକ ଏକ ଟାଟା ମେଜିକ ମାଲବୁହା ଗାଡ଼ିରେ ଜଳେଶ୍ଵର ଅଭିମୁଖେ ଆସୁଥିଲେ।
୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଏହି ଗାଡିର ଗୋଟିଏ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଏହା ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଭର୍ତ୍ତି କରାଯାଇଛନ୍ତି। ଘଟଣାରେ ୨୫ ଜଣ ଗୁରୁତର ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।